ଆଠମଲ୍ଲିକରେ ହାତୀର ମୃତଦେହ ଠାବ, ଦୋଷ ମୁଣ୍ଡାଇବାକୁ ନେଇ ଚାଲିଠି ଠେଲାପେଲା

Advertisement

ଆଠମଲ୍ଲିକ (ସୁବ୍ରତ ପଟ୍ଟନାୟକ): ଆଠମଲ୍ଲିକ ବନଖଣ୍ଡ ଅଧିନସ୍ଥ ମାଧପୁର ବନାଞ୍ଚଳ ବାସୁଦେବପୁର ପଞ୍ଚାୟତ ମୁଣ୍ଡାପଡ଼ା ଖେସରା ଗ୍ରାମ୍ୟଜଙ୍ଗଲ ରେ ଶନିବାର ସକାଳୁ ଏକ ୩0/୩୫ ବର୍ଷ ବୟସ ଦନ୍ତାହାତୀ ମୃତ୍ୟୁ ବରଣ କରିଥିବା ଜଣାଯାଇଛି l ଜଙ୍ଗଲ ରେ ବାରାହା ଶିକାର ପାଇଁ କେହି ଦୁର୍ବୁତ୍ତ ବିଦ୍ୟୁତ ତାର ବିଛାଇଥିବା ବେଳେ ଦନ୍ତାହାତୀ ଟି ସେହିବାଟ ଦେଇ ଯାଉଥିବା ବେଳେ ବିଦ୍ୟୁତ ଆଘାତ ପାଇ ମୃତ୍ୟୁବରଣ କରିଥିବା ସାଧାରଣ ରେ ଆଲୋଚନା ହେଉଥିବା ଜଣାଯାଇଛି l

ହାତୀମୃତ୍ୟୁ ର ଖବର ପାଇ ଭୁବନେଶ୍ୱର ରୁ ବନ୍ୟ ପଶୁପ୍ରାଣୀ ପ୍ରଧାନ ମୁଖ୍ୟ ବନ ସରଂକ୍ଷକ ସୁଶୀଲ କୁମାର ପାପୁଲି, ଅନୁଗୋଳ ରୁ ଆଞ୍ଚଳିକ ମୁଖ୍ୟ ବନସରଂକ୍ଷକ ଶ୍ରୀ ୟୋଗାନନ୍ଦ, ଦାୟିତ୍ୱ ରେ ଥିବା ଅନୁଗୋଳ ବନଖଣ୍ଡ ଅଧିକାରୀ ବିବେକ କୁମାର, ସାତକୋଶିଆ ବନଖଣ୍ଡ ଅଧିକାରୀ ସରୋଜ କୁମାର ପଣ୍ଡା, ସହକାରୀ ବନ ସରଂକ୍ଷକ ଗୌରୀଶଙ୍କର ଦାସ,ସାତକୋଶିଆ ଓ ଆଠମଲ୍ଲିକ ପଶୁ ଚିକିତ୍ସକ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାଯାଇଛି l ମୃତ ଦନ୍ତାହାତୀ ଟି ର ୨ ଦାନ୍ତକୁ ଉଦ୍ଧାର କରାଯାଇଥିବା ଏସିଏଫ ଶ୍ରୀ ଦାସ ଙ୍କ ଠାରୁ ପ୍ରକାଶ l ମୃତ ହାତୀକୁ ବ୍ୟବଚ୍ଛେଦ କରାଯାଇ ଲବ୍ରୋଟୋରି ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ଶରୀର କୁ ଗାତଖୋଳି ପୋତାଯାଇଥିବା ଜଣାଯାଇଛି l ଦନ୍ତାହାତୀ ର ମୃତ୍ୟୁ କୁ ନେଇ ସାଧାରଣ ରେ ବିଭିନ୍ନ ଆଲୋଚନା ହେଉଥିବା ଜଣାଯାଇଛି l

ହାତୀକୁ ମାରିଥିବା କିଛି ବ୍ୟକ୍ତି ବର୍ତ୍ତମାନ ନିଜ ଗ୍ରାମରୁ ଫେରାର ହୋଇଯାଇଥିବା ଓ ଗ୍ରାମବାସୀ ବୈଠକ କରି ଘଟଣା କୁ ଚପାଇ ଦେବାକୁ ଉଦ୍ୟମ କରୁଥିବା ଜଣାଯାଇଛି l ୨ ବର୍ଷ ତଳେ ମଧ୍ୟ ଏହି ଗ୍ରାମରେ ଅନ୍ୟଏକ ହାତୀର ମୃତ୍ୟୁ ହୋଇଥିବା ଜଣାଯାଇଛି l ଏହି ହାତୀମୃତ୍ୟୁ ର କାରଣ ସଠିକ ଭାବେ ଜଣା ପଡ଼ିନଥିବା ବେଳେ ହାତୀର ଦେହରେ କୌଣସି କ୍ଷତ ଚିହ୍ନ ନଥିବା ଦେଖାଯାଇଛି l ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁ ର ଅସଲ କାରଣ ଜଣାପଡିବ ବୋଲି ବିଭାଗ ସୂତ୍ରରୁ କୁହାଯାଇଛି l

Advertisement

Leave a Reply

Your email address will not be published. Required fields are marked *