ମୁଖ୍ୟମନ୍ତ୍ରୀ ଙ୍କୁ କାଳନ୍ଦୀ ଙ୍କ ଟ୍ୱିଟ, ତାଳଚେର ମେଡିକାଲ କଲେଜ କେବେ ଚାଲିବ?

Advertisement

ଅନୁଗୁଳ /ତାଳଚେର(ସୁବ୍ରତ ପଟ୍ଟନାୟକ):ତାଳଚେର ମେଡିକାଲ କଲେଜ କେବେ ଚାଲିବ ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଶ୍ନ କରିଛନ୍ତି |ତାଳଚେର ରେ ମେଡିକାଲ କଲେଜ ହେବ ବୋଲି ବର୍ତମାନ ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ର ସାଂସଦ ଥିବା ବେଳେ ପ୍ରୟାସ ଆରମ୍ଭ କରିଥିଲେ |2007 ମସିହା ରେ ମା ହିଙ୍ଗୁଳା ଙ୍କ ଯାତ୍ରା ମହୋତ୍ସବ ରେ ସାଂସଦ ଶ୍ରୀ ପ୍ରଧାନ ଙ୍କ ପ୍ରୟାସ ଯୋଗୁଁ ମେଡିକାଲ କଲେଜ ତାଳଚେର ରେ ହେବ ବୋଲି ତତ୍କାଳୀନ ସିଏମଡି ଏମସିଏଲ ହଜାର ହଜାର ଜନ ସାଧାରଣ ଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ |ସେବେଠାରୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା |2014ମସିହାରେ ଯେତେବେଳେ ଶ୍ରୀ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ସେ ତାଳଚେର ମେଡିକାଲ କଲେଜ ସ୍ବପ୍ନ କୁ ବାସ୍ତବ ରୂପ ଦେବା ପାଇଁ ଚେଷ୍ଟା କରିଥିଲେ |ମେଡିକାଲ କଲେଜ ପାଇଁ ଏମସିଏଲ ତରଫରୁ 492କୋଟି ଟଙ୍କା ର ବ୍ୟୟ ବରାଦ କରାଇ 2015 ରେ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର କୋଇଲା ମନ୍ତୀ ଙ୍କ ଉପସ୍ଥିତି ରେ ମେଡିକାଲ କଲେଜ ର ଶିଳାନ୍ୟାସ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |ମାର୍ଚ୍ଚ 2019 ରେ ମେଡିକାଲ କଲେଜ ବିଲଡିଂ କୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ |

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏମସିଏଲ ଓ ରାଜ୍ୟ ସରକାର ଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ମେଡିକାଲ କଲେଜ ରାଜ୍ୟ ସରକାର ଚଳାଇବେ ଏବଂ ମେଡିକାଲ କଲେଜ କୁ ଏମସିଏଲ ସମ୍ପୂର୍ଣ ଭାବେ ନିର୍ମାଣ କରିବେ, କିନ୍ତୁ ରାଜ୍ୟ ସରକାର ମେଡିକାଲ କଲେଜ ଚଳାଇବା ପାଇଁ ପୂର୍ଵ ନିଷ୍ପତ୍ତି ରୁ ଅପସରି ଯାଇ ମେଡିକାଲ କଲେଜ ଚଳାଇବା ପାଇଁ ନା ଗନ୍ଧ ନେଲା ନାହିଁ, ଏବଂ ପ୍ରାଇଭେଟ ହାଇଟେକ ସଂସ୍ଥା କୁ ଏହି ମେଡିକାଲ କଲେଜ ଦେବା ପାଇଁ ମସୁଧା ଚଲାଇ ଥିଲା |ତାଳଚେର ରେ ବ୍ୟାପକ ଭାବେ ଜନ ଆନ୍ଦୋଳନ ଦେଖାଦେଲା |କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ତାଳଚେର ଗ୍ରସ୍ତ ବେଳେ ତାଳଚେର ର ବୁଦ୍ଧିଜୀବୀ ଏବଂ ବିଭିନ୍ନ ସଂଗଠନ ଭେଟି ମେଡିକାଲ କଲେଜ ଚାଲୁ କରିବା ପାଇଁ ଅନୁରୋଧ କରିଥିଲେ |କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମେଡିକାଲ କଲେଜ ଚଲାଇବା ପାଇଁ , କେନ୍ଦ୍ର କୋଇଲା ମନ୍ତୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | କେନ୍ଦ୍ରମନ୍ତ୍ରୀ ଙ୍କ ହସ୍ତକ୍ଷେପ ଫଳରେ ସମୁର୍ଣ୍ଣ ଖର୍ଚ୍ଚ ଏମସିଏଲ ବହନ କରିବ ବୋଲି ଲିଖିତ ଭାବେ 21ଏପ୍ରିଲ ରେ ଜଣାଇଥିଲା |ପୁନଶ୍ଚ ରାଜ୍ୟ ସରକାର ମେ 12ରେ ଅନ୍ୟ ଏକ ପତ୍ର ମାଧ୍ୟମରେ ଏମସିଏଲ ଠାରୁ ସ୍ପଷ୍ଟୀକରଣ ମାଗିଥିଲେ | ତାଳଚେର ମେଡିକାଲ କଲେଜ ପରିଚାଳନା ପାଇଁ ସମସ୍ତ ଖର୍ଚ୍ଚ 1500କୋଟି ବହନ କରିବ ବୋଲି ଏମ ସି ଏଲ୍ ରାଜି ହୋଇ ରାଜ୍ୟ ସରକାରଙ୍କୁ ଗତ ମଇ ୨୫ ତାରିଖ ରେ ଚିଠି ଲେଖି ଜଣାଇଛନ୍ତି।ଚିଠି ପାଇ ରାଜ୍ୟ ସରକାର ହାତ ବାନ୍ଧି ବସିଛନ୍ତି କାହିଁକି?ଏ ସଂପର୍କ ରେ ଢେଙ୍କାନାଳ ସାଂସଦ ଓ ତାଳଚେର ବିଧାୟକ କିଛି ନଜାଣିଲା ଭଳି ହେଉଛନ୍ତି କାହିଁକି?ମେଡିକାଲ କଲେଜ କେବେ ଖୋଲିବ ଅତିଶୀଘ୍ର ମୁଖ୍ୟମନ୍ତ୍ରୀ ଘୋଷଣା କରନ୍ତୁ ବୋଲି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଟ୍ୱିଟ ଯୋଗେ ପ୍ରଶ୍ନ କରିଛନ୍ତି|

Advertisement

Leave a Reply

Your email address will not be published. Required fields are marked *