78th indipendence day : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ପାଳିତ

Advertisement

Angul News: ଅନୁଗୁଳ: ରାଷ୍ଟ୍ରଗଠନର ପ୍ରତିବଦ୍ଧତା ସହ ଦେଶଭକ୍ତିର ଭାବନା ନେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଅନୁଗୁଳ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ବେଶ ଉତ୍ସାହର ସହ ପାଳିତ ହୋଇଛି । ଅନୁଗୁଳ ପ୍ଳାଣ୍ଟ ପରିସରରେ ଥିବା ଓ.ପି ଜିନ୍ଦଲ ସ୍କୁଲରେ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଜେଏସପି ଅନୁଗୁଳର ପ୍ଲାଂଟ ହେଡ୍ ଶ୍ରୀ ପଙ୍କଜ ମଲହାନ ଏବଂ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ସମେତ କଂପାନୀର ବହୁ ବରିଷ୍ଠ ଅଧିକାରୀ, କର୍ମଚାରୀ, ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟତ୍ରୀ ତଥା ଆଖପାଖ ଅଂଚଳର ଅନେକ ଲୋକ ଯୋଗ ଦେଇଥିଲେ ।

ବକ୍ତାମାନେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଜାତୀୟ ଏକତା ତଥା ଦେଶର ସୁରକ୍ଷା ପାଇଁ ଯେଉଁମାନେ ବଳିଦାନ ଦେଇଥିଲେ ସେମାନଙ୍କୁ ମନେପକାଇଥିଲେ । ଭାରତକୁ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ ଦେଶ ଭାବେ ଗଢ଼ି ତୋଳିବାରେ ଇସ୍ପାତ ଉତ୍ପାଦନାକରୀ ଏବଂ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ସେମାନେ କହିଥିଲେ ଯେ, ଶ୍ରୀ ଓ.ପି ଜିନ୍ଦଲଙ୍କ ମାର୍ଗଦର୍ଶନ ଏବଂ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ଜିନ୍ଦଲ ଷ୍ଟିଲ କେବଳ ଇସ୍ପାତ ଉତ୍ପାଦନ କରୁନାହିଁ ବରଂ ଦେଶର ଭବିଷ୍ୟତ ଗଠନ କରୁଅଛି ।

କଂପାନୀ, ଭାରତୀୟଙ୍କ ପାଇଁ ଉତ୍ସର୍ଗୀକୃତ ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଗଠନ ପାଇଁ ପ୍ରତିବଦ୍ଧ ରହିଛି । ତେଣୁ ସମାଜର ବଂଚିତ ତଥା ଅବହେଳିତ ଲୋକଙ୍କ ବିକାଶ ପାଇଁ ପଦକ୍ଷେପ ନେଇ ସର୍ବଦା ଆଗକୁ ବଢୁଛି ।

Advertisement

ଏହି ଉତ୍ସବ ଅବସରରେ ଓ.ପି ଜିନ୍ଦଲ ସ୍କୁଲ ଓ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଯାହା ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା ଏବଂ ଜାତୀୟ ଗୌରବର ଭାବନା ଜାଗ୍ରତ କରିଥିଲା।

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ପଙ୍କଜ ମଲହାନ, ସ୍ୱାଧୀନତା ଦିବସ ପାଳନ ଉତ୍ସବକୁ ସଫଳ ଓ ସ୍ମରଣୀୟ କରିବାରେ ସହାୟକ ହୋଇଥିବା ସମସ୍ତଙ୍କୁ ଧନବାଦ ଦେଇଥିଲେ । ଆଉ ତାଙ୍କ ବକ୍ତବ୍ୟରେ କହିଥିଲେ, ଦେଶ ନିର୍ମାଣ ନିମନ୍ତେ ଜେଏସପି ସର୍ବଦା ନିଜର ପ୍ରତିବଦ୍ଧତା ରକ୍ଷା କରିବ ।

ଜେଏସପି ଫାଉଣ୍ଡେସନ୍ ମଧ୍ୟ ୭୮ତମ ସ୍ୱାଧୀନତା ଦିବସକୁ ସ୍ଥାନୀୟ ଲୋକଙ୍କ ଗହଣରେ ବେଶ ନିଆରା ଢଙ୍ଗରେ ପାଳନ କରିଥିଲା । ଏହି ଅବସରରେ ୧୧୧ଟି ସ୍କୁଲ, ୬୧ ଅଙ୍ଗନୱାଡ଼ି କେନ୍ଦ୍ର ସମେତ ଅନେକ ବୃଦ୍ଧାଶ୍ରମ ଓ ଅନାଥାଶ୍ରମରେ ୬୦ ହଜାରରୁ ଅଧିକ ଖାଦ୍ୟ ପୁଡ଼ିଆ ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ବଂଟନ କରାଯାଇଥିଲା । ।

ଏହି ଅବସରରେ ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ଅଧ୍ୟକ୍ଷା ଶ୍ରୀମତି ଶାଲୁ ଜିନ୍ଦଲଙ୍କ ସ୍ୱାଧୀନତା ଦିବସର ଶୁଭେଚ୍ଛା ସମସ୍ତ ସ୍ଥାନୀୟ ଅଂଚଳରେ ବସବାସ କରୁଥିବା ଜନତା, ଶିକ୍ଷା ଅନୁଷ୍ଠାନ, ଗୋଷ୍ଠୀ ସେବା ସଂସ୍ଥାନ ଏବଂ ଅନ୍ୟମାନଙ୍କୁ ପ୍ରଦାନ କରାଯାଇଥିଲା

Leave a Reply

Your email address will not be published. Required fields are marked *