ଏଡିଭିଏଫ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

Advertisement

Angul News: ଅନୁଗୋଳ ଡ଼ିଫେନ୍ସ ଭେଟରାନ୍ସ ଆସୋସିଏସନ୍ ତରଫରୁ ୭୮ ତମ ସ୍ବାଧିନତା ଦିବସ ଅନୁଗୋଳ ଏକ୍ସ ସର୍ଭିସମ୍ୟାନ ସୋସାଇଟି କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ କ୍ୟାପଟେନ ଏସ ଏନ ମହାନ୍ତି ଯୋଗଦେଇ ଥିଲେ ।ଏହି କ୍ରମରେ ସେଠାରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।

ଆସୋସିଏସନ୍ ର ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ମହାନ୍ତି , ଉପଦେଷ୍ଟା ଶ୍ରୀ କୁଞ୍ଜ ବିହାରୀ ପାଣି ଏବଂ ସହ ସମ୍ପାଦକ ଶ୍ରୀ ନାରାୟଣ ସାହୁ ଙ୍କ ସହିତ ଆସୋସିଏସନ ର ସମସ୍ତ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଏହା ବ୍ୟତୀତ ଖଲାରୀ ହାଇ ସ୍କୁଲ୍ ଠାରେ ଆୟୋଜିତ ସ୍ବାଧୀନତା ଦିବସ ଅବସରରେ ଆସୋସିଏସନ ର ଅଧ୍ୟକ୍ଷ ପତାକା ଉତଳନ କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *