Angul News: ତିନି କେନ୍ଦ୍ରମନ୍ତ୍ରୀଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Advertisement

Angul News (ସୁବ୍ରତ ପଟ୍ଟନାୟକ): ଅନୁଗୁଳ ଜିଲ୍ଲାକୁ ଲୁଟିଲେ ଖଣି ମାଫିଆ। DMF ଫଣ୍ଡର ହେଉଛି ଦୁରୁପଯୋଗ। ଲୁଟେରା ଉପଦ୍ରବିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଞ୍ଚ ଉପରେ ହିଁ MCL CMD ଓପି ସିଂଙ୍କୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଖଣି ଲୁଟେରା ତଥା ଉପଦ୍ରବୀଙ୍କ ଯୋଗୁଁ ରାଜସ୍ବ ହାନୀ ହେଲା। ଯାହାଫଳରେ ଅନୁଗୁଳ ଜିଲ୍ଲାବାସୀଙ୍କ ଉନ୍ନତୀରେ ଖର୍ଚ୍ଚ ହୋଇପାରିଲା ନାହିଁ। ଖଣି ନିଲାମ ପ୍ରକ୍ରିୟା ମୋଦୀ ସରକାର ଆରମ୍ଭ କରିଥିବା ଯୋଗୁଁ ଏବେ ସମସ୍ତ ରାଜସ୍ବ ରାଜ୍ୟ ସରକାର ପାଉଛନ୍ତି। ହେଲେ ଏଠି ରାଜ୍ୟ କେବଳ ମାଛ ତେଲରେ ମାଛ ଭାଜୁଛନ୍ତି। ମୋଦୀ ସରକାର ଓଡ଼ିଶାର ବିକାଶକୁ ଅଗ୍ରାଧିକାର ଦେଉଛନ୍ତି। ଆଗାମୀ ସମୟରେ ଅନୁଗୁଳ ଜିଲ୍ଲାରେ ଏନର୍ଜି କରିଡ଼ର ହେବା ନେଇ କେନ୍ଦ୍ର ସରକାର ଯୋଜନା କରିଛନ୍ତି। ଅନୁଗୁଳ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟ ୨ ର ସ୍ଥାୟୀ କ୍ୟାମ୍ପସ ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ DMF ଫଣ୍ଡ ସୃଷ୍ଟି କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଫଣ୍ଡ ପଇସାରୁ ଗାଁ ଗାଁରେ ତିଆରି ହେଉଛି ସ୍କୁଲ। 2014 ପୂର୍ବରୁ ରେଳବାଇରେ ଓଡ଼ିଶାକୁ ମିଳୁଥିଲା 800 କୋଟି, ମୋଦୀ ସରକାର ଆସିବା ପରେ ଏବେ ଓଡ଼ିଶାକୁ ରେଳବାଇରେ ମିଳୁଛି 10 ହଜାର କୋଟି ଟଙ୍କା। ଜଗନ୍ନାଥ ସର୍କିଟ ଓଡ଼ିଶାରେ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି। ଏହା ସହ ଅନୁଗୁଳ ତାଳଚେରରେ ଏନର୍ଜି କରିଡ଼ର ତିଆରି କରାଯିବ ଅନୁଗୁଳକୁ ଓଡ଼ିଶାର ଅର୍ଥନୀତିର ପେଣ୍ଠସ୍ଥଳୀ କରିବା ପାଇଁ ଯୋଜନା ରହିଛି।

ଅନୁଗୋଳ ତାଳଚେରରେ Logistics କ୍ୟାମ୍ପସ ତିଆରି ହେବ। ଅନୁଗୁଳରେ ଆଇଟି ପାର୍କ ତିଆରି ହେବ। ଓଡ଼ିଶାକୁ ମୋଦୀ ସରକାର 36 ଟି ବିଶ୍ଵ ସ୍ତରୀୟ ରେଳ ଷ୍ଟେସନ ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ସମସ୍ତ ପ୍ରକାରର ଅବଦାନ ଦେଉଛନ୍ତି, ସଠିକ୍ ଭାବରେ ରାଜ୍ୟ ସରକାର ଜମି ପ୍ରଦାନ କଲେ ଓଡ଼ିଶା 1 ଟ୍ରିଲିଅନ ଡଲାର ଅର୍ଥନୀତିର ହବ ହେବ। ଅନୁଗୁଳ ତାଳଚେରକୁ ଓଡ଼ିଶାର ପାୱାର ହାଉସ କରାଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ସ୍ଵାଧୀନତା ପରେ ଯାହା ହୋଇନଥିଲା ତାହା ଗତ 8 ବର୍ଷରେ ବିଦ୍ୟୁତ୍ କ୍ଷେତ୍ରରେ ଦେଶରେ 50 ପ୍ରତିଶତ ଅଧିକ ଉନ୍ନତୀ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।
ଖଣି କ୍ଷେତ୍ରରେ ଓଡିଶାକୁ ଏବେ 25 ହଜାର କୋଟି ଟଙ୍କାର ରାଜସ୍ବ ମିଳୁଛି। କେବଳ ଏକ ବର୍ଷରେ ତାହା 25 ରୁ 50 ହଜାର କୋଟି ଟଙ୍କାରେ ପହଞ୍ଚିଛି। ଖଣି ନିଲାମର ସମସ୍ତ ଅର୍ଥ ରାଶୀ ରାଜ୍ୟକୁ ମିଳୁଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି। ଆଜି ଅନୁଗୁଳ ରେଳ ଷ୍ଟେସନରେ ସାଲିମାର ଏକ୍ସପ୍ରେସ ଟ୍ରେନର ନାମ ପରିବର୍ତନ କରାଯାଇ ମହିମାଗୋଶାଇ ରଖାଯାଇଛି। ଯାହାର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏହା ସହ ବଳରାମ ସାଇଡିଙ୍ଗର ଶୁଭ ଉଦଘାଟନ ସହ ରାଣୀଗୁଡ଼ା ରେଳବାଇ କ୍ୱାର୍ଟର ପରିସରରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ୨ ପାଇଁ ଭୂମି ପୂଜନ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *