୬୫ତମ ଆନ୍ତର୍ଜାତୀୟ ବଧିର ସପ୍ତାହ ପାଳିତ: ଭିନ୍ନକ୍ଷମ ମାନେ ଦୟା ନୁହେଁ, ସମାନ ଅଧିକାର ପାଇଁ ଯୋଗ୍ୟ

Advertisement

ଅନୁଗୁଳ(ସୁବ୍ରତ ପଟ୍ଟନାୟକ): ୬୫ ତମ ଆନ୍ତର୍ଜାତୀୟ ବଧିର ନାଗରିକ ସପ୍ତାହ ସ୍ଥାନୀୟ ପୌରପାଳିକା ଟାଉନ ହଲଠାରେ ପାଳିତ ହୋଇଯାଇଛି ।ଅନୁଗୁଳ ଜିଲ୍ଲା ବଧିର ସଂଘର ପକ୍ଷରୁ ଏକ ଶୋଭାଯାତ୍ରା ରାଜା ସୋମନାଥ ସିଂହଙ୍କ ପ୍ରତିମୂର୍ତ୍ତିଠାରୁ ଆରମ୍ଭ ହୋଇଥିଲା ।ଶୋଭାଯାତ୍ରାକୁ ଉପ ଜିଲ୍ଲାପାଳ ବଇତୁରା ଦୀପ୍ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ଶୋଭାଯାତ୍ରା ବାହାରି ବଜାର ମଧ୍ୟ ଟାଉନ ହଲଠାରେ ପହଞ୍ଚିଥିଲା ।ଅନୁଗୁଳ ଜିଲ୍ଲା ବଧିର ସଂଘର ସଭାପତି ପର୍ଶୁରାମ ଦାଶଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା ।ଏହି ସଭାରେ ସମାଜସେବୀ ଶୈଳଭାମା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବଧିର ନାଗରିକଙ୍କ ଉନ୍ନତି କଳ୍ପେ ଆମେ ସମସ୍ତେ ସହଯୋଗର ହାତ ବଢାଇ ନିମନ୍ତେ ଆହ୍ୱାନ ଦେଇଥିଲେ ।ଅନ୍ୟତମ ଅତିଥି ଭାବେ ଅନୁଗୁଳ ଜିଲ୍ଲା ବଧିର ସଂଘର ଉପ ସଭାପତି ମନୋରଞ୍ଜନ ସାମଲ,ସାଧାରଣ ସମ୍ପାଦକ ବିଶ୍ବଜିତ୍ ହୋତା,କୋଷାଧ୍ୟକ୍ଷ ମନୋଜ ସାହୁ ପ୍ରମୁଖ ମଞ୍ଚାସୀନ ରହି ସମାଜରେ ବଧିର ମାନେ ବୋଝ ନୁହନ୍ତି ।ସମାଜ ଗଠନରେ ଏମାନଙ୍କର ଭୂମିକା ଅତୁଳନୀୟ ।ଏମାନଙ୍କୁ ଆମେ ସହଯୋଗ ଓ ଶ୍ରଦ୍ଧା ପୂର୍ବକ ମୁଖ୍ୟ ଶ୍ରୋତରେ ସାମିଲ୍ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।ବଧିର ମାନଙ୍କୁ ହେୟଜ୍ଞାନ କରିବା ଉଚିତ୍ ନୁହେଁ ।ଭିନ୍ନକ୍ଷମ ମାନେ ଦୟା ନୁହେଁ ଅଧିକାର ପାଇବା ପାଇଁ ଯୋଗ୍ୟ ଅଟନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।ଅନୁବାଦିକ ବିଶ୍ବଜିତ୍ ମହାନ୍ତି ଅତିଥି ମାନଙ୍କ ବକ୍ତବ୍ୟକୁ ସାଙ୍କେତିକ ଭାଷାରେ ଉପସ୍ଥାପନ କରିଥିଲେ ।ଶେଷରେ ବଧିର ନାଗରିକ ମାନଙ୍କ ଦ୍ବାରା ରଙ୍ଗୋଲୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।କୃତି ପ୍ରତିଯୋଗୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *