ସମାଜସେବୀ ନିରଞ୍ଜନ ପତିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଶୋକ

Advertisement

ତାଳଚେର: ତାଳଚେରର ସତ୍ୟସାଇ ଟ୍ରଷ୍ଟର ପ୍ରମୁଖ ବ୍ୟକ୍ତି ତଥା ରାଜ୍ୟ ସରକାରଙ୍କର ଜଳ ସମ୍ପଦ ବିଭାଗର ପୂର୍ବତନ କର୍ମଚାରୀ ନିରଞ୍ଜନ ପତିଙ୍କର ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଅକାଳ ବିୟୋଗ ଘଟିଛି। ତାଙ୍କରି ଦେହାନ୍ତ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।

ତାଳଚେରର ବିଶିଷ୍ଟ ସମାଜସେବୀ ନିରଞ୍ଜନ ପତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସ୍ଥାନୀୟ ଅଞ୍ଚଳରେ ସମାଜସେବା କ୍ଷେତ୍ରରେ ସେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ । ସମାଜସେବା କ୍ଷେତ୍ରରେ ତାଙ୍କର ଯୋଗଦାନ ଚିର ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୋକ ବାର୍ତ୍ତା ରେ ପ୍ରକାଶ କରିଛନ୍ତି |ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବିଜେପି ର ବରିଷ୍ଠ ନେତା ଏନଏସ ଆଇ ସି ର ଡାଇରେକ୍ଟର କାଳନ୍ଦି ସାମଲ, ବିଜେପି ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି 

Advertisement

Leave a Reply

Your email address will not be published. Required fields are marked *