ମୋଦିଙ୍କ ୭୨ତମ ଜନ୍ମଦିନ ଉପଲକ୍ଷେ ୭୨ୟୁନିଟ ରକ୍ତଦାନ

Advertisement

ତାଳଚେର (ସୁବ୍ରତ ପଟ୍ଟନାୟକ): ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୭୨ତମ ଜନ୍ମଦିନ ଅବସରରେ ବିଜେପି ପକ୍ଷରୁ ସମଗ୍ର ଦେଶରେ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୦୨ ପର୍ଯ୍ୟନ୍ତ ସେବାପକ୍ଷ ପାଳନ କରାଯାଉଛି। ଏ ପରିପେକ୍ଷୀରେ ରବିବାର ତାଳଚେର ଦେଉଳବେଡା ଡିସିଆଇ ଠାରେ ବିଜେପି ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଜେପି ରାଜ୍ୟ ସମ୍ପାଦକ ତଥା କ୍ଷୁଦ୍ର ଶିଳ୍ପ ନିଗମର ଡାଇରେକ୍ଟର କାଳନ୍ଦି ସାମଲ ପ୍ରଦୀପ ପ୍ରଜ୍ବଜନ କରି ଏହି ଶିବିର କୁ ଉଦଘାଟନ କରିଥିଲେ। ମୋଦିଙ୍କ ୭୨ତମ ଜନ୍ମଦିନ ପାଇଁ ୭୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ତାଳଚେର ଉପଖଣ୍ଡ ରକ୍ତ ଭଣ୍ଡାରର ଡାକ୍ତର ଏବଂ କର୍ମଚାରୀ ଏହି ଶିବିର ରେ ରକ୍ତ ସଂଗ୍ରହ କରିଥିଲେ |ଏହି ରକ୍ତଦାନ ଶିବିର ରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ ଗୋଛାୟତ,ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ସମାଜସେବୀ ବିଭୁତି ସାହୁ,ରାଜେନ୍ଦ୍ର ସିଂହ,ଜିଲ୍ଲା ସମ୍ପାଦକ ପ୍ରଶାନ୍ତ ନନ୍ଦ, ରତ୍ନାକର ସାହୁ, ବିରଞ୍ଚି ସାହୁ, ବରୁଣ ସାହୁ, ନରେଶ ବେହେରା,ନରେନ୍ଦ୍ର ସାହୁ, ଗୋପାଳି ସାହୁ,ପ୍ରମୁଖ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତତ୍ସାହିତ କରିଥିଲେ |ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ, ଜ୍ଞାନେନ୍ଦ୍ରୀୟ ସେଠି, ଯୁବମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ସୁନୀଲ ବିଶ୍ୱାଳ ପ୍ରମୁଖ ଏହି ଶିବିର କୁ ସଂଯୋଜନା କରିଥିଲେ |ସମାଜସେବୀ ବିଭୁତି ସାହୁ ଏହି ଶିବିରରେ ରକ୍ତଦାନ କରିଥିଲେ |

Leave a Reply

Your email address will not be published. Required fields are marked *