ମେଡିକାଲରେ ସିକ୍ୟୁରିଟି ଗାର୍ଡ ଚାକିରୀ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଥାନାରେ ଏତଲା

Advertisement

ଅନୁଗୋଳ( ସୁବ୍ରତ ପଟ୍ଟନାୟକ):

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡ ଚାକିରୀ କରେଇ ଦେବେ ବୋଲି ଠକାମୀର ଶିକାର ହୋଇଛନ୍ତି ଦୁଇ ଜଣ ଯୁବତୀ l ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଝଝିରିବାହାଳ ଗ୍ରାମର ଜଣେ ବିଧବା ମହିଳା ଏବଂ ଅନୁଗୋଳ ବ୍ଲକ୍ ଅନ୍ତର୍ଗତ ଇଙ୍କରବନ୍ଧ ଗ୍ରାମର ଜଣେ ବିବାହିତା ମହିଳାଙ୍କର ସରଳତାର ସୁଯୋଗ ନେଇ ସିକ୍ୟୁରିଟି ଗାର୍ଡ ଚାକିରୀ କରେଇବାର ଲୋଭ ଦେଖାଇ ସିକ୍ୟୁରିଟି ଇନଚାର୍ଜ ଶ୍ରୀମତୀ ମଞ୍ଜୁଲତା ଦେହୁରୀ ୫୬ ହଜାର ଲେଖାଏଁ ଦୁଇ ଜଣଙ୍କ ଠାରୁ ସିକ୍ୟୁରିଟି ସୁପରଭାଇଜର ଯୁଗୋଳ କିଶୋର ବେହେରାଙ୍କ ଜରିଆରେ 2021 ମସିହା ଡିସେମ୍ବର ମାସରେ ନେଇଥିଲେ l ଟଙ୍କା ନେବା ପରେ 15 ଦିନ ଭିତରେ ଚାକିରି ଦେବା ପାଇଁ ପ୍ରତିଶ୍ରୁତି ଦେବାରୁ ଦୁଇ ମହିଳା ଅନୁଗୋଳ ଶିକ୍ଷକପଡାରେ ଘର ଭଡା ନେଇ ରହି ଆସୁଛନ୍ତି l କିନ୍ତୁ ଦିନ ପରେ ଦିନ ଏମିତି 6 ମାସରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଦୁଇ ମହିଳା ଶ୍ରୀମତୀ ଦେହୁରୀ ଓ ଶ୍ରୀ ଦାସ ଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଉଠାଉ ନଥିଲେ କି ଦେଖା ଦେଉ ନଥିଲେ l ଶେଷରେ ଦୁଇ ଯୁବତୀ ଠକାମୀର ଶିକାର ହୋଇଥିବା ଜାଣି ଆଜି ଅନୁଗୋଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି l

Advertisement

Leave a Reply

Your email address will not be published. Required fields are marked *