ବିଜୁ ପଟ୍ଟନାୟକ ଜରାଶ୍ରମରେ ଆତ୍ମସନମାନ ତରଫରୁ ରଜ ଉତ୍ସବ ପାଳନ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଆଜି ରଜ ସଂକ୍ରାନ୍ତି ରେ ଅଭିନବ ପ୍ରୟାସ କରି ସମାଜସେବୀ ପଦ୍ମାଖି ସିଂ ,ରଶ୍ମିରଂଜନ ମିଶ୍ର,ସେବତୀ ଦେହୁରୀ,ମମତା ସିଂ,ରେଣୁବାଲା ସାମଲ ବିଜୁ ପଟ୍ଟନାୟକ ଜରାଶ୍ରମ କୁ ରଜ ପାନ,ଜଳଖିଆ,ଆଇସକ୍ରିମ ଓ ଲୁଗା ବସ୍ତ୍ର ଆଦି ନେଇ ରଜ ଉତ୍ସବ ପାଳନ କରିଥିଲେ ।ଏଭଳି ପ୍ରୟାସ ରେ ଅନ୍ତେବାସୀ ଅତ୍ୟନ୍ତ ଖୁସି ହୋଇ ଯାଇଥିବା ବେଳେ ଜରାଶ୍ରମ କୁ ପ୍ରଶାସନ ତରଫରୁ ନୂତନ ଘର ଦେବାର ପ୍ରତିସୁତି ପାଣିର ଗାର ହୋଇଯାଇଥିବାରୁ ଅତ୍ୟନ୍ତ ଦୁଃଖ କଷ୍ଟ ରେ ଜୀବନ କାଟୁଛନ୍ତି ବୋଲି ଜଣାପଡିଥିଲା ।ଜରାଶ୍ରମ ର ସଦସ୍ୟା ଓ ଆତ୍ମସନମାନ ସଂଗଠନ ର ପ୍ରତିଷ୍ଠାତା ,ଅନ୍ତଜାତୀୟ ହୁମାନ ରାଇଟ କାଉନସିଲ ର ଅନୁଗୋଳ ଜିଲା ସଭାନେତ୍ରୀ ଶ୍ରୀମତୀ ପଦ୍ମାଖି ସିଂ ଖୁବଶୀଘ୍ର ଜିଲ୍ଲାପାଳ ଙ୍କୁ ପୁଣିଥରେ ସାକ୍ଷାତ କରି ଅନୁରୋଧ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *