ବଅଁରପାଳ ଅଞ୍ଚଳରେ ଗୁଟଖା ବେପାରିଙ୍କ ଉପରେ ଚଢାଉ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଅନୁଗୋଳ ଜିଲ୍ଲାର ବଅଁରପାଳ ଅଞ୍ଚଳରେ ଆଜି ବିଭିନ୍ନ ଜାଗା ତଥା ବଅଁରପାଳ ଛକ, କଲେଜ ଛକ, ସନ୍ତ୍ରୀ ଛକ ଅଞ୍ଚଳରେ ବିଭିନ୍ନ ଗୁଟଖା ବେପାର କରୁଥିବା ପ୍ରାୟ ୨୦ରୁ ଊର୍ଦ୍ଧ୍ୱ ଦୋକାନୀଙ୍କ ଉପରେ ଚଢାଉ କରାଯାଇ ଫାଇନ କରାଯାଇଥିଲା । ତା ସହିତ ଜନଗହଳି ଜାଗା ଗୁଡିକରେ କିଛି ଲୋକ ସିଗାରେଟ୍ ଟାଣୁ ଥିବାରୁ ମଧ୍ୟ ତାଙ୍କୁ ଫାଇନ କରାଯାଇଥିଲା। ଏହି ଚଢାଉ ରେ ଅନୁଗୋଳ FSO ହରପ୍ରିୟା ବେହେରା, ତାଳଚେର FSO ସୁମିତ୍ ସୌରଭ ପରିଡା, ଅନୁଗୋଳ MTS ନୀଳାମ୍ବର ପ୍ରଧାନ, ମେଡିକାଲ ଟିମ୍ ଏବଂ ବଅଁରପାଳ ଥାନା ଉପସ୍ଥିତ ରହି ଥିଲେ ।

Leave a Reply

Your email address will not be published. Required fields are marked *