ଫାସ ମୁକ୍ତ ହେଲା କଲରାପତରିଆ ବାଘ, କଣ କହୁଛନ୍ତି ବନବିଭାଗ ଅଧିକାରୀ, ଶୁଣନ୍ତୁ…

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଫାଶ ମୁକ୍ତ ହେଲା କଲରାପତ୍ରିଆ ବାଘ । ଅନୁଗୁଳ ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ର ଗୋପାଳପୁର ଗାଁ ନିକଟରେ ଶିକାରୀ ଫାଶ ରେ ଗତ ରାତି ରୁ ପଡି ଗର୍ଜନ କରୁଥିବା ବାଘ କୁ ଫାସ ମୁକ୍ତ କରି ସୁରକ୍ଷିତ ଭାବେ କୋର ଏରିଆ କୁ ଏକ ଯନ୍ତା ସାହାଯ୍ୟ ରେ ନେଇ ବାଘ କୁ ଛାଡିଛନ୍ତି ବନ କର୍ମଚାରୀ । ସୂଚନା ଅନୁଯାୟୀ ଆଜି ପୁରୁଣାକୋଟ ବନାଞ୍ଚଳ ଗୋପାଳପୁର ଗ୍ରାମ ନିକଟରେ ସକାଳେ ଏକ କଲପତରିଆ ବାଘ ଶିକାରୀଙ୍କ ଫାସରେ ପଡିଥିବା ବନ ବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଏହି ଖବର ପାଇବା ପରେ ସାତକୋଶିଆ ଅଭୟାରଣ୍ୟର ଡିଏଫଓ ଡ଼ ସରୋଜ ପଣ୍ଡା,ଏସିଏଫଓ ଶୁଭେନ୍ଦୁ ବେହେରା ପ୍ରମୁଖ ପହଞ୍ଚିଥିଲେ।


ଗୋପାଳପୁର ଗାଁ ନିକଟ ନାଳର ଏକ ବୁଦା ପାଖରେ ବାଘଟି ଫସି ରହିଥିଲା । ତାର ଗୋଡ଼ରେ ଲାଗିଥିବା ଫାସ ବୁଦାରେ ଅଟକି ରହିଥିବାରୁ ବାଘଟି ସେଠାରେ ପଡି ଗର୍ଜନ କରୁଥିବା ଦେଖିବାକୁ ମିଳିଥିଲା। ତାକୁ ଉଦ୍ଧାର କରିବା ପାଇଁ ସାତକୋଶିଆର ବନ୍ୟପ୍ରାଣୀ ଡାକ୍ତର କିଶୋର ସାହୁଙ୍କୁ ଡକାଯାଇଥିଲା। ତେବେ ବାଘ ଥିବା ସ୍ଥାନଟି ଜନବସତି ପାଖରେ ରହିଥିବାରୁ ସୁରକ୍ଷା ଦୃଷ୍ଟିରୁ ସେଠାରେ ଜାଲ ବିଛାଯାଇଥିଲା । ଦିନ ପ୍ରାୟ ସାଢ଼େ ଗୋଟାଏ ବେଳେ ଡ଼ଃ କିଶୋର ସାହୁ ବାଘକୁ ଟ୍ରାଙ୍କୁଲାଇଜ କରିଥିଲେ । ତାକୁ ସେଠାରୁ ଯନ୍ତାରେ ଭର୍ତ୍ତି କରି କୋର ଏରିଆକୁ ବନ ବିଭାଗ ନେଇଛି। ସେଠାରେ ତାକୁ ଛାଡି ଦିଆଯିବ ବୋଲି ଡିଏଫଓ ପ୍ରକାଶ କରିଛନ୍ତି।
ଏହି ଅଣ୍ଡିରା ବାଘର ବୟସ ପ୍ରାୟ ୩ବର୍ଷ ହେବ। ତାର ଓଜନ ୨୮କିଲୋ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ସାତକୋଶିଆ ଏବେ ବନ୍ୟଜନ୍ତୁ ଶିକାରୀଙ୍କ ଭୂସ୍ବର୍ଗ ପାଲଟିଛି। ବନ ବିଭାଗର ଅପାରଗତା ତଥା ଉଚିତ ପେଟ୍ରୋଲିଂ ଅଭାବରୁ ଶିକାରୀମାନେ ସକ୍ରିୟ ହୋଇଉଠିଛନ୍ତି।ଫଳରେ ବନ୍ୟଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହୋଇଛି।

Advertisement

Leave a Reply

Your email address will not be published. Required fields are marked *