ପେଟ ଭିତରୁ ବାହାରିଲା ଷ୍ଟିଲ ଗ୍ଲାସ୍, MKCGରେ ହେଲା ବିରଳ ଅସ୍ତ୍ରୋପଚାର

Advertisement

ଅନୁଗୋଳ: ବ୍ରହ୍ମପୁର MKCG ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି।ଜଣେ ବ୍ୟକ୍ତିଙ୍କ ଅନ୍ତନଳୀରୁ ଏକ ଷ୍ଟିଲ ଗ୍ଲାସ ବାହାର କରିବା ସହ ସଫଳ ଅସ୍ତ୍ରୋପଚାର କରିଛନ୍ତି ବ୍ରହ୍ମପୁର ଏମକେସିଜି ଡାକ୍ତରମାନେ।

ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଗାଁ ର45 ବର୍ଷର ଜଣେ ବ୍ୟକ୍ତି ଗୁଜୁରାଟର ସୁରଟକୁ ଯାଇ ସେଠାରେ ସୂତା କଳରେ କାମ କରୁଥିଲେ। ପ୍ରାୟ 10 ଦିନ ପୂର୍ବରୁ, ସେ ନିଜ ସାଙ୍ଗମାନଙ୍କ ସହିତ ମଦ୍ୟପାନ କରୁଥିବାବେଳେ ସେମାନେ ମଦ୍ୟପାନ କରି ତାଙ୍କ ମଳଦ୍ୱାରରେ ଷ୍ଟିଲ୍ ଗ୍ଲାସ୍ ଭର୍ତ୍ତି କରିଥିଲେ |

ଯଦିଓ ବ୍ୟକ୍ତି ଜଣକ ପରଦିନଠାରୁ ଯନ୍ତ୍ରଣା ଅନୁଭବ କରିବାକୁ ଲାଗିଲେ, ତଥାପି ସେ ଏହି ଘଟଣା କାହାକୁ ଜଣାଇ ନଥିଲେ।ଯନ୍ତ୍ରଣା ଅସହ୍ୟ ହୋଇଯିବାରୁ ସେ ସୁରଟ ଛାଡି ନିଜ ଗାଁକୁ ଫେରି ଆସିଥିଲେ।ତାଙ୍କ ପେଟ ଫୁଲିବା ଆରମ୍ଭ ହୋଇଥିଲା।ତାଙ୍କୁ ଠିକ ଭାବେ ଝାଡା ବି ହୋଇନଥିଲା।ଶେଷରେ ସେ ଡାକ୍ତରଙ୍କ ପରାମର୍ଶ ପାଇଁ MKCG ଡାକ୍ତରଖାନାକୁ ଯାଇଥିଲେ।

Advertisement

ପରାମର୍ଶ ସମୟରେ ସେ ଏହି ଘଟଣାକୁ ଡାକ୍ତରଙ୍କ ନିକଟରେ ପ୍ରକାଶ କରିଥିଲେ। ଏକ୍ସ-ରେ ରିପୋର୍ଟରେ ଅନ୍ତନଳୀରେ ଲାଗିଥିବା ଗ୍ଲାସକୁ ପାଇବା ପରେ ଡାକ୍ତରମାନେ ଗ୍ଲାସକୁ ରେକ୍ଟମ ମାଧ୍ୟମରେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ।

ସେମାନେ ଉଦ୍ୟମରେ ବିଫଳ ହେବା ପରେ ସେମାନେ ତାଙ୍କୁ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଖାନାର ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଚରଣ ପଣ୍ଡାଙ୍କ ପରାମର୍ଶ କ୍ରମେ ସହକାରୀ ପ୍ରଫେସର ସଞ୍ଜିତ କୁମାର ନାୟକ, ଡା ସୁବ୍ରତ ବାରାଲ, ଡା ସତ୍ୟସ୍ୱରୂପ ପଟନାୟକ ଏବଂ ଡକ୍ଟର ପ୍ରତୀଭାଙ୍କୁ ନେଇ ଏହି ଅସ୍ତ୍ରୋପଚାର କରାଯାଇଥିଲା। ସେମାନେ ଅନ୍ତନଳୀକୁ କାଟି ଷ୍ଟିଲ୍ ଗ୍ଲାସ୍ ଉଦ୍ଧାର କଲେ। ଅସ୍ତ୍ରୋପଚାର ପରେ ବ୍ୟକ୍ତି ସୁସ୍ଥ ହୋଇପଡିଥିଲେ ଏବଂ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *