ନାଲକୋ ନଗର,(ସୁବ୍ରତ ପଟ୍ଟନାୟକ):ନାଲକୋନଗର ମନ୍ଦିର କମିଟି ପକ୍ଷରୁ ଚଳିତ ବର୍ଷ ଚତୁର୍ଥ ଥର ପାଇଁ ମନ୍ଦିର ପ୍ରାଙ୍ଗଣ ରେ ସାମୂହିକ ବ୍ରତପନୟ କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି।ନାଲକୋ ମନ୍ଦିର କମିଟି ର ସଭାପତିଙ୍କ ଅମ୍ବିକା ପ୍ରସାଦ ପଣ୍ଡାଙ୍କ ତତ୍ୟବଧାନରେ ଏଭଳି ସାମୁହିକ ବ୍ରତ ଆୟୋଜନ କରାଯାଇଛି। ଅନଗୁଳ, ଢେଙ୍କାନାଳ, ଅଞ୍ଚଳର ବିଭିନ୍ନ ଗ୍ରାମାଞ୍ଚଳରୁ ୧୨ଜଣ ଗରିବ ବିପିଏଲ ହିତାଧିକାରୀ ବ୍ରାମଃଣ ପିଲଙ୍କ ର ବିନାଖର୍ଚ୍ଚ ରେ ବ୍ରତପନୟ କରାଯିବାର ବ୍ୟବସ୍ଥା କରାଯାଇଥିଲା।ଏଥିଲାଗି ମନ୍ଦିର ପ୍ରାଙ୍ଗଣ ପଡ଼ିଆରେ ସ୍ୱତନ୍ତ୍ର ଭାବେ ୧୨ଟି ବେଦୀ ରେ ଏକା ସାଙ୍ଗରେ ୧୨ଜଣ ବ୍ରତ ହେବାର ବ୍ୟବସ୍ଥା କରାଯାଇଛିଥିଲା। ବ୍ରତ ର ସମସ୍ତ ଖର୍ଚ୍ଚ ନାଲକୋ ମନ୍ଦିର ପ୍ରଶାସନ ତରଫରୁ ନିଆଯାଇଛି।ଶୁକ୍ରବାର ସକାଳ ଠାରୁ ଆରମ୍ଭ କରି ଚାରି କର୍ମ, ବ୍ରତ କର୍ମ, ମୁଣ୍ଡନ, ପଞ୍ଚ ଗ୍ରାସ ଭିକ୍ଷା ଗ୍ରହଣ, ମନ୍ଦିର ପରିସରରେ ବ୍ରମଃଚାରୀ ରୋଷଣୀ ମନ୍ଦିର ପରିସର ରେ ପରିକ୍ରମା କରି ମନ୍ଦିର ନିକଟ ବେଦୀକୁ ଆସିଥିଲେ। ଛତିଆବଟ ରୁ ଆସିଥିବା ମୁଖ୍ୟ ପୁରୋହିତ ରଶ୍ମି ରଞ୍ଜନ ପାଣି ଓ ତାପସ ରଞ୍ଜନ ଶତପଥୀ ଙ୍କ ନେତୃତ୍ୱରେ ୧୩ଜଣ ପୁରୋହିତ ମଣ୍ଡଳି ସମସ୍ତ କାର୍ଯ୍ୟ ସମ୍ପାଦନ କରିଥିଲେ।ପୂଜା କର୍ମ ରେ ପ୍ରଦୀପ୍ତ ପଣ୍ଡା, ମୃତୁଞ୍ଜୟ କର,ରଞ୍ଜିତ ରଥ, ରାଧାମାଧବ ଦାସ ସହଯୋଗ କରିଥିଲେ।ପ୍ରତ୍ୟେକ ବ୍ରତ ହେଉଥିବା ପରିବାର ର ସମ୍ପରିକୀୟ ଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା।ମନ୍ଦିର କମିଟିର କୋଷାଧ୍ୟକ୍ଷ ମିହିର ରଞ୍ଜନ ରଥ,ଭଣ୍ଡାର ପରିଚାଳକ ପର୍ଶୁରାମ ସ୍ଵାଇଁ , ବନୋଜ କୁମାର ମହଲା, ଯୁଗ୍ମ ବ୍ସମ୍ପାଦକ ସଂଗ୍ରାମ କେଶରୀ ସାମନ୍ତରାୟ, ବରିଷ୍ଠ ସେବାୟତ ନରୋତମ ସ୍ବାଇଁ, କାହ୍ନ ସ୍ୱାଇଁ, ନିର୍ମଳ ଶତପଥୀ,ନିର୍ମଳ ବାରିକ୍, ପ୍ରଭାତ ଗଡନାୟକ ଙ୍କ ସମେତ ମନ୍ଦିର କମିଟିର ସମସ୍ତ ସଦସ୍ୟ ପୂର୍ଣ୍ଣମାତ୍ରାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ନାଲକୋ ମନ୍ଦିର ପ୍ରଶାସନ ପକ୍ଷରୁ ସାମୂହିକ ବ୍ରତ ପାଳିତ

