ଅନୁଗୋଳ(ଶୁଭଲକ୍ଷ୍ମୀ ଦାସ): ଦିନେ ନୁହେଁ କି ଦୁଇ ଦିନ ନୁହଁ ଦୀର୍ଘ 25 ବର୍ଷ ଧରି ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର। ଅନୁଗୁଳ ଜିଲା ପାଳଲହଡା ବ୍ଲକ ରୁ ଆସିଛି ଏହି ଦୃଶ୍ୟ । ଏ ଦୃଶ୍ୟ କୁ ଦେଖିଲେ ଜଣା ପଡୁଛି କେତେ ତତ୍ପର ଆମ ବ୍ୟବସ୍ଥା ଦୁର୍ଗମ ଅଞ୍ଚଳର ଶିଶୁ ମାନଙ୍କ ଶିକ୍ଷା ପାଳଲହଡ଼ା ବ୍ଲକ୍ ଦୁର୍ଗମ ଅଞ୍ଚଳ ନଗିରା ପଞ୍ଚାୟତ କାଦମିନିପୁର ଗ୍ରାମର ଏ ହେଉଛି ନଗ୍ନ ଚିତ୍ର । ଏଠାରେ ଦୀର୍ଘ 25 ବର୍ଷ ହେବ ଅଙ୍ଗନବାଡି କେନ୍ଦ୍ର ଭାଙ୍ଗିଯାଇ ମାଟିରେ ମିଶିଲାଣି ହେଲେ ଏଯାଏଁ ଗାଁ ରେ ନୂତନ ଅଙ୍ଗନବାଡି କେନ୍ଦ୍ରଟିଏ ହୋଇପାରିନି,, ଫଳରେ ବର୍ଷା ଦିନେ ୟା ତା ବାରଣ୍ଡାରେ ଆଉ ଅନ୍ୟ ଦିନେ ଗଛ ମୂଳେ ଚାଲେ ଅଙ୍ଗନବାଡି ପାଠ ପଢା। ଗ୍ରାମବାସୀ ପ୍ରଶାସନ ଠାରୁ ଆରମ୍ଭ କରି ଜନପ୍ରତିନିଧି ମାନଙ୍କୁ ଗୁହାରି କରି କରି ଥକି ପଡ଼ିଲେଣି ତଥାପି କେହି ଶୁଣୁ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି,, ବର୍ଷେ ହେବ ପାଳଲହଡା ବିଧାୟକ ନୂତନ ଅଙ୍ଗନବାଡି କେନ୍ଦ୍ର ପାଇଁ ଭୂମି ପୂଜନ କରି ଥିଲେ। ଇଟା ବାଲି ପଥର ପକେଇ କାମ ଆରମ୍ଭ ଉଦ୍ୟମ ହୋଇଥିଲା । ହେଲେ ବର୍ଷେ ରୁ ଅଧିକ ସମୟ ହେବ ଗୃହ କାର୍ଯ୍ୟ ସେମିତି ପଡି ରହିଛି। ଏବେ କାଦମିନୀପୁର ଅଙ୍ଗନବାଡି କେନ୍ଦ୍ରରେ 40 ଜଣ ଶିଶୁ ରହିଛନ୍ତି,, ଅଙ୍ଗନବାଡି ଘର ଓ ରୋଷେଇ ଘର ନଥିବାରୁ ଏମାନଙ୍କୁ ନିଜ ଘରେ ସବୁଦିନେ ରୋଷେଇ କରି ଦେଉଥିବା ରୋଷୟା କହିଛନ୍ତି। ତେବେ ଏ ଘଟଣାରେ ପାଳଲହଡା ସିଡିପିଓ ଆଲମା କୁଜୁର ଙ୍କ କହିବା କଥା ଏ ନେଇ ବିଡ଼ିଓ ଓ ଉପଜିଲ୍ଲାପାଳ ଙ୍କୁ ଜଣେଇଛି ଖୁବ ଶୀଘ୍ର ସମସ୍ୟା ଦୂର ହେବ । ଅନ୍ୟପଟେ ପାଳଲହଡା BDO କହିଛନ୍ତି ଅଙ୍ଗନବାଡି ଘର ଟେଣ୍ଡର ସରିଛି ଏବଂ ଯିଏ ଟେଣ୍ଡର ନେଇଛି ତାକୁ ଡାକି କୁହା ଯାଇଛି ଶୀଘ୍ର କାମ ସାରିବା ପାଇଁ। ଏବେ ଅପେକ୍ଷା କେବେ ଏହି କୋମାଲମତି ଶିଶୁ ମାନେ ପକା ଘର ତଳେ ସୁରକ୍ଷିତ ଭାବେ ବସି ପାଠ ପଢିବେ ।
ଦୁର୍ଗମ ଅଞ୍ଚଳରେ ଶିକ୍ଷାର ନଗ୍ନ ଚିତ୍ର 25 ବର୍ଷ ଧରି ଗଛମୂଳେ ଚାଲିଛି ଅଙ୍ଗନବାଡି କେନ୍ଦ୍ର

