ଦରଦାମ ବୃଦ୍ଧିକୁ ବିରୋଧ କରି ଏସୟୁସିଆଇର ବିକ୍ଷୋଭ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ): ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ରନ୍ଧନ ଗ୍ୟାସ୍, ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ଅନୁଗୁଳ ଜିଲ୍ଲାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ଅମଲାପଡା ଠାରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ମୂଲ୍ୟ ବୃଦ୍ଧି ବିରୁଦ୍ଧରେ ସ୍ଲୋଗାନ ମାନ ଦେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନଙ୍କ ସଭିପତିତ୍ୱରେ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା କମିଟି ସଭ୍ୟ ପ୍ରହଲ୍ଲାଦ ସାହୁ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ମାନସୀ ସ୍ୱ।ଇ, ମନ୍ଦୋଦରୀ ରାଉଳ, ରଣଜିତ୍ ପ୍ରଧାନ, ସରୋଜିନୀ ନାୟକ, କୈଳାସ ସାହୁ, ପ୍ରମିଳା ପଣ୍ଡା, ସଞ୍ଜୟ ସାହୁ ପ୍ରମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ନିନ୍ଦା କରିଥିଲେ।

Leave a Reply

Your email address will not be published. Required fields are marked *