ତାଳଚେର: ତାଳଚେର ଚିତ୍ରକୂଟ ଶିବ ମନ୍ଦିର ରେ ପୌର ମଣ୍ଡଳ ବିଜେପି ପକ୍ଷରୁ ଶନିବାର ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି | ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଆହ୍ୱାନ କ୍ରମେ ସମଗ୍ର ଦେଶରେ ସମସ୍ତ ଶିବ ମନ୍ଦିର ରେ ସ୍ୱତନ୍ତ୍ର ପୂଜାର୍ଚନା ପ୍ରଦୀପ ପ୍ରଜ୍ଜଳନ ଓ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଉଛି |
ତାଳଚେର ଟାଉନ ଚିତ୍ରକୂଟ ମନ୍ଦିର ରେ ସାମୁହିକ ପୂଜାର୍ଚନା, ପ୍ରଦୀପ ପ୍ରଜ୍ଜଳନ ଓ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ତାଳଚେର ପୌରମଣ୍ଡଳ ବିଜେପି ସଭାପତି ରାଜେଶ ଦଳେଇ ଙ୍କ ର ପୌରାହିତ୍ୟ ରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ଯୋଗଦେଇ ସୋମନାଥ ମନ୍ଦିର ଆକ୍ରମଣର ୧୦୦୦ ବର୍ଷ ଏବଂ ମନ୍ଦିର ନିର୍ମାଣର ୭୫ ବର୍ଷ ପୂରଣ ଅବସରରେ ବିଜେପି ପକ୍ଷରୁ ସବୁ ଶିବ ମନ୍ଦିର ରେ ସାମୁହିକ ପୂଜାର୍ଚନା ଓ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଉଛି ବୋଲି କହିଥିଲେ | ଜୋନାଲ ମିଡ଼ିଆ ସେଲ ସଂଯୋଜକ ପର୍ଶୁରାମ ବାରିକ ଯୋଗଦେଇ ସୋମନାଥ ମନ୍ଦିର ଉପରେ ମହମଦ ଗଜନୀ ଆଜକୁ 1000 ବର୍ଷ ପୂର୍ବେ 1026 ମସିହା ରେ ଆଜିର ଦିନରେ ଆକ୍ରମଣ କରି ମନ୍ଦିର ଧ୍ବଂସ କରିଥିଲା, ସେ ସମୟରେ ବହୁ ହିନ୍ଦୁ ମାନଙ୍କୁ ମାରି ଦିଆଯାଇଥିଲା ସେହି ସମୟର ତଥ୍ୟ ଲୋକଲୋଚନ କୁ ଆଣିବା ସହ ସେ ସଂଘର୍ଷ ର ଗାରିମା କୁ ମନେ ପକାଇବା ପାଇଁ ଆଜି ସମଗ୍ର ଦେଶରେ ସୋମନାଥ ସ୍ୱାଭିମାନ ପର୍ବ ପାଳନ ହେଉଛି ବୋଲି କହିଥିଲେ |
ଆଜିର କାର୍ଯ୍ୟକ୍ରମରେ ନଗରପାଳ ପବିତ୍ର ଭୁତିଆ, କାଉନ ସିଲର ଅନିତା ବିଶ୍ୱାଳ, ଆସିଫ ଖାନ,ସନ୍ତୋଷ ବେହେରା, ସ୍ୱାଧୀନ ଥମ୍ବ, ଜିତେନ୍ଦ୍ର ଭୁତିଆ, ଓ ମଣ୍ଟୁ ଗଡ଼ନାୟକ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିବା ସହ ପୂଜାର୍ଚନା କରିଥିଲେ | ବରିଷ୍ଠ ବିଜେପି ନେତା ଜିତେନ୍ଦ୍ର ଦାସ, ପ୍ରାକ୍ତନ ମଣ୍ଡଳ ସଭାପତି ଯଶୋବନ୍ତ ଦାସ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ପୌର ମଣ୍ଡଳ ର ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ |

