ଟଙ୍କା ପାଇଁ ମା କୁ ହତ୍ୟା କଲା ପୁଅ !

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):

ଟଙ୍କା ପାଇଁ ଜନ୍ମଦାତ୍ରୀ କୁ ହତ୍ୟା କଲା ପୁଅ । ଏଭଳି ଏକ ଲୋମ ଟାଙ୍କୁ ରା ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ଘଂଟପଡା ଗାଁରେ । ସାମାନ୍ୟ କେତକ ଟଙ୍କା ପାଇଁ ନିଜ ମାକୁ ହତ୍ୟା କରିଛି ପୁଅ ବୋଲି ପୋଲିସ ସନ୍ଧେହ କରିଛି । ମୃତକ ହେଉଛନ୍ତି ହେଲେ ଘଣ୍ଟପଡା ଗ୍ରାମର ଜୁଳେଇ ବିଶ୍ୱାଳ । ସୂଚନା ଅନୁସାରେ ମୃତକ ଜୁଳେଇ ବିଶ୍ୱାଳ ଘରେ ଟିଭି ଦେଖୁଥିବା ସମୟରେ କେହି କୌଣସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକକୁ କାଟି ଦେଇଥିବା ଜାଣି ପାରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ବାହାରକୁ ଆସି ପାଟି କରିବାରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ନେହେରୁ ଶତାବ୍ଦୀ ଚିକିତ୍ସାଳୟକୁ ଆଣିଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଘଟଣା ସ୍ଥଳରେ କୋଲିୟାରୀ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହ ମାଆକୁ ହତ୍ୟା କରିବା ସନ୍ଦେହରେ ଅଭିଯୁକ୍ତ ପୁଅ ମନୋଜ ବିଶ୍ୱାଳକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି । ତେବେ ମାକୁ ଟଙ୍କା ମାଗିବା ପରେ ମା ଟଙ୍କା ନ ଦେବାରୁ ଉତ୍ତ୍ୟକ୍ତ ହୋଇ ମନୋଜ ଏଭଳି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରା ଯାଉଛି। ଯାହାର ଅଧିକ ତଦନ୍ତ ର ଆବଶ୍ୟକତା ରହିଛି ।

Advertisement

Leave a Reply

Your email address will not be published. Required fields are marked *