ତାଳଚେର (ସୁବ୍ରତ ପଟ୍ଟନାୟକ): ତାଳଚେରର ୧୪୯ ନମ୍ବର ଜାତୀୟ ରାଜପଥର ବଲ୍ହର ରୁ ଚାଇପାଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଛି, ସବୁଆଡେ ଆଣ୍ଠୁଏ ଲେଖାଏଁ ଖାଲ, ସବୁଦିନେ ଦୁର୍ଘଟଣାର ଶିକାର ହୋଇ ଧନ ଜୀବନ ହାନି ହେଉଛି |ଏହି ରାସ୍ତା ଉପରେ ଶ୍ରମିକ, ସ୍କୁଲ କଲେଜ ଛାତ୍ର ଛାତ୍ରୀ, ସାଧାରଣ ଜନତା ପ୍ରତ୍ୟେହ ନିର୍ଭରଶୀଳ |ରାସ୍ତା ର ଅବସ୍ଥା ଏଭଳି ଯେ ସେଥିରେ ସାଧାରଣ ଲୋକ ଦୈନିକ ଯାତାୟତ କରିବାକୁ ଭୟ କରୁଛନ୍ତି, ଏଭଳି ଦୟନୀୟ ଅବସ୍ଥା କୁ ନେଇ ସନ୍ଥପଡା ସରପଞ୍ଚ ସହଦେଵ ସାହୁ ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ମଣ୍ଡଳୀ ତାଳଚେର ଉପ ଜିଲ୍ଲାପାଳ ବିଶ୍ଵମୋହନ ରଥ ଙ୍କୁ ଭେଟି ଦାବୀ ପତ୍ର ପ୍ରଦାନ କରିଛନ୍ତି |ଯଦି ସାତ ଦିନ ମଧ୍ୟରେ ରାସ୍ତା ମରାମତି ନ ହୁଏ ବାଧ୍ୟ ହୋଇ ସ୍ଥାନୀୟ ଅଂଚଳ ବାସୀ ଜାତୀୟ ରାଜପଥ କୁ ଅବରୋଧ କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଲିଖିତ ଭାବେ ଜଣାଇଛନ୍ତି |ପ୍ରକାଶ ଥାଉକି ଏହା ପୂର୍ବରୁ ସନ୍ଥପଡା ସରପଞ୍ଚ ବହୁବାର ଲିଖିତ ଭାବେ ରାସ୍ତାର ସମସ୍ୟା କୁ ନେଇ ଉପ ଜିଲ୍ଲାପାଳ ଏବଂ ଜିଲ୍ଲାପାଳ ଙ୍କୁ ଭେଟି ଛନ୍ତି କିନ୍ତୁ ଏ ଯାଏ ରାସ୍ତା କାର୍ଯ୍ୟ ହୋଇ ପାରିନାହିଁ |ଆଜିର ଏହି ପ୍ରତିନିଧି ମଣ୍ଡଳୀ ରେ ସରପଞ୍ଚ ଙ୍କ ସହ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା,ଆଇନଜୀବୀ ଗଦାଧର ସାହୁ, ସମୋନାଥ ସାମଲ, ପ୍ରଦୀପ ସାମଲ, ଗୁଣନିଧି ସାମଲ, ମଦନ ମୋହନ, ରବି ଦେହୁରୀ,ପ୍ରଧାନ, ଶିବରାମ ମହାନ୍ତି, ପ୍ରେମା ମହାନ୍ତି, ଲକ୍ଷ୍ମୀଧର ସାମଲ, ନୀର ଭୁତିଆ, ମନୋଜ ଭୁତିଆ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ |
ଜାତୀୟ ରାଜପଥର ମରାମତି ପାଇଁ ସରପଞ୍ଚ ଉପ ଜିଲ୍ଲାପାଳଙ୍କୁ ଭେଟିଲେ, ସାତ ଦିନ ମଧ୍ୟରେ କାମ ନହେଲେ ଆନ୍ଦୋଳନ ଧମକ
