କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କୁ ଜିଲ୍ଲା ବିଜେପି ସ୍ୱାଗତ ସମ୍ବର୍ଦ୍ଧନା

Advertisement

ଅନୁଗୁଳ (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଆଦିବାସୀ ଓ ଜଳ ଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁ, ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ର ଅଧ୍ୟକ୍ଷା ତଥା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ପ୍ରଧାନ ନାଲକୋ ସରସ୍ବତୀ ବିଦ୍ୟା ମନ୍ଦିର ରେ ଏକଲ ବିଦ୍ୟାଳୟ ର ରାଜ୍ୟ ସ୍ତରୀୟ କ୍ରୀଡା ଉତ୍ସବ କୁ ଅତିଥି ଭାବେ ଆସିଥିଲା ବେଳେ ଶୁକ୍ରବାର ନାଲକୋ ଠାରେ ବିଜେପି ପକ୍ଷରୁ ଉତ୍ସର୍ଗୀକୃତ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି |ନାଲକୋ ଅତିଥି ଭବନ ଠାରେ ଜିଲ୍ଲା ବିଜେପି ର ନେତୃବୃନ୍ଦ ଓ ବିଶେଷ କରି ଜିଲ୍ଲାର ବିଭିନ୍ନ ଅଂଚଳ ରୁ ଆସିଥିବା ଆଦିବାସୀ ନେତା ମାନେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସାମିଲ ହୋଇ ଅତିଥି ମାନଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ |

ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି ଓ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ଉପ ସଭାପତି ଅମୀୟ ତ୍ରିପାଠୀ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ଜିଲ୍ଲା ସମ୍ପାଦକ ସୋମନାଥ ରାଉତ ଓ ନମିତା ଦଳ ବେହେରା,ଜିଲ୍ଲା ଏସ ଟି ମୋର୍ଚ୍ଚା ସଭାପତି ଅର୍ଜୁନ କିସ୍କୁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ସୁଦୀପ୍ତ ସ୍ୱାଇଁ, ସଂଘମିତ୍ରା ପ୍ରଧାନ, ରୋଜାଲିନ ଦାସ, ସୁଚିସ୍ମିତା ତ୍ରିପାଠୀ, ଅଜିତ ପ୍ରଧାନ, ଗୋପାଳି ସାହୁ, ଫକୀର ମୋହନ ସାହୁ,ସମୀର ପରିଡା,କୁରୁଡୁଲ ସରପଞ୍ଚ ଦିବାକର ମହାଳିକ ଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ |

Advertisement

Leave a Reply

Your email address will not be published. Required fields are marked *