କାଣ୍ଡସର ପଞ୍ଚାୟତରେ ସରପଞ୍ଚଙ୍କ ନେତୃତ୍ଵରେ ବନ ମହୋତ୍ସବ ପାଳିତ

Advertisement

ଅନୁଗୋଳ(ସୁବ୍ରତ ପଟ୍ଟନାୟକ):

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ କାଣ୍ଡସର ଗ୍ରାମ ପଞ୍ଚାୟତରେ ରେ ଆଜି ବନ ମହୋତ୍ସବ ପାଳିତ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ କାଣ୍ଡସର ଗ୍ରାମରୁ କନ୍ୟାବେଡା ଗ୍ରାମକୁ ଯାଇଥିବା ରାସ୍ତା ପ୍ରାୟ ଦୁଇ କିଲୋମିଟର ରାସ୍ତାର ଦୁଇ ପାର୍ଶ୍ବରେ ବିଭିନ୍ନ ପ୍ରକାର ଗଛ ତଥା ଲିମ୍ବ, ବର, ରାଧାକୃଷ୍ଣ, କୃଷ୍ଣଚୂଡ଼ା, ମନ୍ଦାର, ଅଶ୍ୱସ୍ତ, ଜମ୍ବୁ, ଅଶୋକ, ଆମ୍ବ ଇତ୍ୟାଦି ପ୍ରାୟ ୬୦୦ ଗଛ ସରପଞ୍ଚ ସବିତା ମାହାଳିକ ଙ୍କ ନେତୃତ୍ଵରେ ଲଗାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ସମିତି ସଭ୍ୟା ପମିତା ବେହେରା, ନାଏବ ସରପଞ୍ଚ ତଥା ଯୁବ ସମାଜ ସେବୀ ନଗେନ୍ ପ୍ରଧାନ ଙ୍କ ସମେତ ଗ୍ରାମର ବହୁ ଯୁବକ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Advertisement

Leave a Reply

Your email address will not be published. Required fields are marked *