ଆସନ୍ତା ୫ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କଲ୍ୟାଣ ମଣ୍ଡପର ଭୂମିପୂଜନ, ସ୍ଥିତି ପରଖିଲେ କାଳନ୍ଦୀ ସାମଲ

Advertisement

ତାଳଚେର (ସୁବ୍ରତ ପଟ୍ଟନାୟକ): କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ଅକ୍ଟୋବର ୫ ତାରିଖରେ ନିଜ ଜନ୍ମମାଟି ତାଳଚେର ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗ ଦେବାର ସ୍ଥିରୀକୃତ ହୋଇଛି। ତାଳଚେର ପୌରାଞ୍ଚଳ କେନ୍ଦ୍ରମନ୍ତ୍ରୀଙ୍କ ନିଜ ୧୮ ନମ୍ବର ୱାର୍ଡରେ ଏକ କଲ୍ୟାଣ ମଣ୍ଡପ କରିବା ପାଇଁ ୱାର୍ଡବାସୀ ମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀ ଏ ପରିପେକ୍ଷୀରେ ଏମସିଏଲକୁ କଲ୍ୟାଣ ମଣ୍ଡପ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏମସିଏଲର ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରୁ ଏହି କଲ୍ୟାଣ ମଣ୍ଡପକୁ କେନ୍ଦ୍ରମନ୍ତ୍ରୀ ଅକ୍ଟୋବର ୫ତାରିଖ ରେ ଶୁଭ ଦେବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହେବା ପରେ ଏହି ଅଂଚଳ ରେ ଖୁସିର ମହଲ ଖେଳି ଯାଇଛି,ରବିବାର ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଏମ ସି ଏଲ ଲିଙ୍ଗରାଜ କୋଇଲା ଖଣି ର ଅଧିକାରୀ ମାନଙ୍କୁ ନେଇ କଲ୍ୟାଣ ମଣ୍ଡପ ହେବାକୁ ଥିବା ସ୍ଥାନ ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ |ଏହି କାର୍ଯ୍ୟକ୍ରମ ରେ ବରିଷ୍ଠ ନେତା ଯଯାତି ପଟ୍ଟନାୟକ, ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ପୌର ମଣ୍ଡଳ ସଭାପତି ସତ୍ୟବନ୍ତ ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ ଓ ଜ୍ଞାନେନ୍ଦ୍ରୀୟ ସେଠି,କାଳନ୍ଦୀ ପ୍ରଧାନ, ବାଲ୍ମୀକି ପ୍ରସାଦ କେଶରୀ, ସୁବାସ ସାହୁ, ଅକ୍ଷୟ ବିଶ୍ୱାଳ, କାର୍ତ୍ତିକେଶ୍ୱର ସାହୁ, ପ୍ରଦୀପ କୁମାର ସାହୁ, ଶଙ୍କର ବେହେରା,ଅଜୟ ସାହୁ,ଗ୍ରାମର ସଭାପତି ନବକିଶୋର ସାହୁ,ରବୀନ୍ଦ୍ର ସାହୁ,ମାନସ କୁମାର ସାହୁ,ଲିଙ୍ଗରାଜ କୋଇଲା ଖଣି ର ସିଭିଲ ବିଭାଗ ର ମୁଖ୍ୟ କୋଶଲ କୁମାର, ମ୍ୟାନେଜର ଅମିତ ଡଗରା ଙ୍କ ସମେତ ବହୁ କାର୍ଯ୍ୟକର୍ତା ଓ ଗ୍ରାମବାସୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *