ଅନୁଗୋଳରେ ହଟହଟା ବିଜେଡ଼ି ବିଧାୟକ, ଦେଖନ୍ତୁ ଭିଡ଼ିଓ

Advertisement

ଅନୁଗୋଳ: ସର୍ବସାଧାରଣରେ ହଟହଟା ହେଲେ ଅନୁଗୁଳ ବିଧାୟକ। ଖାଲି ସେତିକି ନୁହେଁ ଲୋକଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇ ଶେଷରେ ଯେଣେ ତେଣେ ପ୍ରକାରେ ମଞ୍ଚ ଛାଡି ପଳାଇବା ଭଳି ରୋଚକ ଘଟଣା ଘଟିଛି ଅନୁଗୁଳରେ। ଆଉ ଘଟଣା ଟି କିଛି ଏହିପରି ଅନୁଗୁଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କାଙ୍ଗୁଲା ବେନ୍ତ ପୁର ପଞ୍ଚାୟତ ର ବେନ୍ତପୁର ଉଚ୍ଚ ବିଦ୍ୟାଳୟର 5ଟି ଯୋଜନା କ୍ରମରେ ଭୂମି ପୂଜନ ପାଇଁ ପାଟ ପଟୁଆର ନେଇ ପହଞ୍ଚିଥିଲେ ଅନୁଗୁଳ ବିଧାୟକ ତଥା ଓଡିଶା ବିଧାନସଭା ର ଉପବାଚସ୍ପତି ରଜନୀ କାନ୍ତ ସିଂ । ଭୂମି ପୂଜନ ପରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମ ରେ ଯୋଗ ଦେବା ର ସମୟରେ ବିଧାୟକ ଙ୍କୁ ଘେରି ପ୍ରଶ୍ନ କରିଥିଲେ ସ୍ଥାନୀୟ ଲୋକେ ବିଶେଷ ଭାବେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଉକ୍ତ ଗ୍ରାମର ଭେରୀ ଗୁଠା ସାହି ର ପ୍ରାୟ ଦେଢ଼ କିଲୋମିଟର ରାସ୍ତା କେବେ ହେବ ବୋଲି ପ୍ରଶ୍ନ କରିଥିଲେ । ବାରମ୍ବାର ସମ୍ପୃକ୍ତ ରାସ୍ତା ହେବା ନେଇ କାଳେ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାବାତ କାଳେ ତାହା ହୋଇ ପାରି ନେହିଁ । ସେପଟେ ସର୍ଵ ସାଧାରଣ ରେ ଏଭଳି ପ୍ରଶ୍ନ ର ଉତ୍ତର ଦେଉ ନ ପାରି ମଞ୍ଚ ଛାଡି ଚାଲି ଯିବାକୁ ଉଚିତ ମନେ କରିଥିଲେ ରଜନୀ କାନ୍ତ ।

Advertisement

Leave a Reply

Your email address will not be published. Required fields are marked *