ଅନୁଗୁଳ : ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିଦୁ୍ୟତ୍, ପ୍ରଦୂଷଣ, ବିସ୍ଥାପନ ଭଳି ମୌଳିକ ସମସ୍ୟାର ସମାଧାନ ଦାବିରେ ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ୨୩ ଫେବୃୟାରୀରେ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ହେବାକୁ ଥିବା ଆନେ୍ଦାଳନକୁ ସଫଳ କରିବା ପାଇଁ ଆଜି ସନ୍ଧ୍ୟାରେ ସ୍ଥାନୀୟ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ କମିଟିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ଆବାହକ ବରିଷ୍ଠ ଆଇନ୍ଜୀବୀ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅନ୍ୟତମ ଆବାହକ ଶିକ୍ଷାବିତ୍ ଅଭିମନୁ୍ୟ ସ୍ୱାଇଁ, ବ୍ରଜବନ୍ଧୁ ସାହୁ, ପଠାଣୀ ବାରିହା, ତୀର୍ଥବାସୀ ଭୋଇ, ଦାମୋଦର ଦାସ, ମାନସ ପାଳ, ତ୍ରେତାନନ୍ଦ ସାମନ୍ତ, ନିରୋଦ ପାଳ, ତ୍ରିଲୋଚନ ଜେନା, ମୋହନ ଦେହୁରୀ, ଅଶୋକ କୁମାର ପ୍ରଧାନ, ନିରୂପମା ପ୍ରଧାନ ପ୍ରମୁଖ ଯୋଗଦେଇ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଆନେ୍ଦାଳନକୁ ସଫଳ କରିବା ପାଇଁ ନିଜ ନିଜର ମତ ଦେଇଥିଲେ । ଜିଲ୍ଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ସମାଧାନ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିାଳୟରେ ଟ୍ରମାକେୟାର ସେଣ୍ଟର, ଆଇ.ସି.ୟୁ, ର୍ବ ୟୁନିଟ୍ କାର୍ଯ୍ୟକ୍ଷମ କରିବା ସହିତ ଇକୋ ମେସିନ୍ କାର୍ଯ୍ୟକ୍ଷମ କରିବା, ଜିଲ୍ଲା ମୁଖ୍ୟ ଚିକିାଳୟକୁ ସପ୍ତାହକୁ ଥରେ କିମ୍ବା ଦୁଇଥର ଆସୁଥିବା ସୁପରସ୍ପେସିଆଲିଷ୍ଟ ଡାକ୍ତରମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଇ ନିୟମିତ ରୋଗୀସେବା ଯୋଗାଇଦେବା, ଜିଲ୍ଲା ମୁଖ୍ୟ ଚିକିାଳୟ ନିକଟରେ ଥିବା ପୋଲଟ୍ରି ଫାର୍ମକୁ ଅନ୍ୟତ୍ର ସ୍ଥାନାନ୍ତର କରି ଏହାର ସମସ୍ତ ଜାଗାକୁ ଜିଲ୍ଲା ମୁଖ୍ୟ ଚିକିାଳୟକୁ ହସ୍ତାନ୍ତର କରିବା, ଜିଲ୍ଲା ମୁଖ୍ୟ ଚିକିାଳୟ ସମ୍ମୁଖରେ ଥିବା ଆମୀଷ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା, ଜିଲ୍ଲାର ସମସ୍ତ ଉପଖ ଡାକ୍ତରଖାନା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ପଡିଥିବା ଡାକ୍ତର, ନର୍ସ, କର୍ମ·ରୀ ପଦବୀ ପୂରଣ କରି ୨୪ ଘଣ୍ଟିଆ ଚିକିା ଯୋଗାଇଦେବା, ଜିଲ୍ଲା ମୁଖ୍ୟ ଚିକିାଳୟରେ ଏକ ନିର୍ସିଂ କଲେଜ ପ୍ରତିଷ୍ଠା କରିବା, ସାରା ରାଜ୍ୟକୁ ବିଦୁ୍ୟତ୍ ଯୋଗାଣ କରି ପ୍ରଦୂଷଣ ବିଷ ବଳୟରେ ହନ୍ତସନ୍ତ ହେଉଥିବା ଜିଲ୍ଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ୍ ଦେୟମୁକ୍ତ ବିଦୁ୍ୟତ୍ ଯୋଗାଇଦେବା, ସ୍ମାର୍ଟ ମିଟର ବସାଇବା ବନ୍ଦ କରିବା, ଅତିରିକ୍ତ ସୁରକ୍ଷା ଜମା ଆଦାୟ ନାଁରେ ଜିଜିଆ କର ଆଦାୟ ସର୍ମ୍ପୂ ବନ୍ଦ କରିବା, ବୈଜ୍ଞାନିକ ପଦ୍ଧତିରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପ୍ରଭୃତି ଦାବି ଉପସ୍ଥାପନ ପାଇଁ କମିଟିରେ ଆଲୋଚନା ହୋଇଥିଲା । ଏହି ଦାବିରେ ଆନେ୍ଦାଳନକୁ ସଫଳ କରିବା ପାଇଁ ଜିଲ୍ଲାର ସଚେତନ ନାଗରିକ, ବୁଦ୍ଧିଜୀବୀ, ପରିବେଶବିତ୍, ସାମାଜିକ ସଂଗଠନ, ଯୁବକ ସଂଘ, ମହିଳା ସଂଘ, ବ୍ୟବସାୟୀ ସଂଘ, ଗଣ ସଂଗଠନ ସମେତ ସର୍ବସ୍ତରର ଜନସାଧାରଣ ଆଗେଇ ଆସିବା ପାଇଁ ଆଜିର ବୈଠକରେ କମିଟି ପକ୍ଷରୁ ନିବେଦନ କରାଯାଇଛି ।
ଅନୁଗୋଳରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ବିଦୁ୍ୟତ୍, ପ୍ରଦୂଷଣ ସମସ୍ୟାର ସମାଧାନ ଦାବିରେ ୨୩ରେ ଆନ୍ଦୋଳନ ପାଇଁ ସଫଳ ବୈଠକ
